ବ୍ୟସ୍ତ ଆଉ ବିବ୍ରତ ହେବାର
ନାଇଁ କାରଣ ।
ଦୁଃଖର ପ୍ରବହମାନଧାରାରେ
ତୁମେ ଧାବମାନ ।
ତାପମାତ୍ରା ମାପି
ଯୁଦ୍ଧରେ ଲଂଫ ଦେବାର
ଆବଶ୍ୟକତା ଅଛି ।
ଆଉ ଅଛି ତଳ ଉପର
ଉପର ତଳ ଦେଖିବାର
ସଜାଗ ପ୍ରହରୀ ପରି।
ଯାହାକୁ ଯେମନ୍ତ ଯୋଉଠି ଭେଟି
ପୁଣି ରହିବାର ଅଛି ନିଜ ନିଜ
ହାସ୍ୟ ବ୍ୟଙ୍ଗଭରା ଘର ଭିତରେ
ଯୋଉଠି ନାଇଁ ଜାଗା ନିଜ ପାଇଁ ଟିକିଏ!
This poem has not been translated into any other language yet.
I would like to translate this poem