ମାଟି ଆକାଶ କବିତା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାଟି ଆକାଶ କବିତା

କିଏ ଜାଣେ
ଗଜାନନ ମିଶ୍ର

ନା ନା କହୁ କହୁ
ତୁମେ ତୁମେ ହୋଇ
ରହିଗଲ ହୋ
ବଦଳିଗଲି ମୁଁ
ଖାଲି ଖାଲିରେ।

ଆଉ ଯାହା ରହିଗଲା
ମାଟିରେ
ପାରିଲା ନି ହୋଇ କିଛି
ଆଉ ରହିଲା ଚାହିଁ
ଆକାଶକୁ ଜଳ ଜଳ।

ପବନ ଦେହରେ ପିଟି ହୋଇ
ପୁଣି ଫେରିଲା ଆଉ
ଫେରିଲାବେଳକୁ ପାଇଲାନି
ବୁନ୍ଦାଏ ବି ପାଣି।

କବିତା ଲେଖି ଲେଖି
ବେକାରରେ ନିଆଁରେ
ପୋଡି ମରିବା କଥା
ସାରା ରାତି।

ରାତି ମାନେ
ଗୋଟିଏ ଜୀବନ,
ଜୀବନ ମାନେ
ଗୋଟିଏ କବିତା,
ଗୋଟିଏ କବିତା ମାନେ
କେତେ ଯେ
ସୂର୍ଯ୍ୟ ଚନ୍ଦ୍ର ତାରା
ଆଉ କେତେ ଯେ ପାଣି
ପବନ ଆଲୁଅ ମାଟି
ଆଉ ଆକାଶ କିଏ ଜାଣେ!

ତପୋବନ,ଟିଟିଲାଗଡ,ବଲାଙ୍ଗୀର
04/03/2020

Wednesday, March 4, 2020
Topic(s) of this poem: poem
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success