1
ଯାଇ କହ ଗାନ୍ଧୀକୁ
ଗଜାନନ ମିଶ୍ର
ଚାଲିବା ବନ୍ଦ କରୁ
ଯାଇ କହ ଗାନ୍ଧୀକୁ
ନାଖରା ସବୁ ନ ଦିଶୁ।
ପାଟି କାନ ଆଖି ପାଇଁ
ନୂଆ ଚିନ୍ତା କରାଯାଉ
କିଛି ଆଉ ଆଉ ଆଉ।
ସେଠି ଥାଉ ଏଠି ଥାଉ
ନ ଥିବାଟା ଥାଉ ଆଉ
ଥିବାଟା ଯହିଁତହିଁ ଯାଉ।
2
ଖାଇଲାରେ ଖାଇଲା
କରୋନା ଖାଇଲା
ବାଡବତା ଆଉ
ରହିଲା ନି କୋଉଠି!
ଯିଏ ଯୋଉଠି
ଯାହା ପାରିଲା କହିଲା
ଯିଏ ଯେମିତି ଯାହା ପାରିଲା
କହିଲା ଯେ
ବାଡବତା କଣ ଥିଲା!
3
ଥିଲା ଆଉ
ନ ଥିଲା
ୟା ଭିତରେ
ସବୁ ଝାମେଲା।
ପାଣି ମାପିଲା ସମୁଦ୍ରରେ
ସମୁଦ୍ର ରହିଲା ଯାଇ
ଆକାଶରେ।
ଭକୁଆ ହୋଇ
ଚାହିଁ ରହିଲା ଯିଏ
ରହିଲା ରହିଲା।
This poem has not been translated into any other language yet.
I would like to translate this poem