ଯାହାର ଭାଷାରେ
ତାହାକୁ ଶୋଧ,
ହଇ ହୋ।
ଯେଣିକି ଯାଉଛ
ତେଣେ ରହି ଥ
ହଇ ହୋ।
ମଣିଷକୁ ଦେଖି
ସତରେ ହସ
ହଇ ହୋ।
ପ୍ରେମର ପସରା
ଖୋଲିକି ରହ
ହଇ ହୋ।
ଶ୍ରଦ୍ଧାରେ ଭକ୍ତିରେ
କମ ନ କର
ହଇ ହୋ।
ଯେମିତି କରିବ
ସେୟା ପାଇବ
ହଇ ହୋ।
ସବୁର ଉତ୍ତର
ସମୟ ଦେବ
ହଇ ହୋ।
ଧଳା ଆଉ କଳା
ସତ କହିବ
ହଇ ହୋ।
ଧରମର ଡଙ୍ଗା
ବୁଡିବ ନାଇଁ
ଦେଖ ହୋ।
ନ୍ୟାୟ ନିକିତିକୁ
ଗୁରୁତ୍ୱ ଦିଅ
ହଇ ହୋ।
ଯମ ନିୟମରେ
କିଏ କାହାର
ଦେଖ ହୋ।
ଜୀବନ ଡଙ୍ଗାରେ
ଠକିବା ନାଇଁ
ହଇ ହୋ।
ସବୁ ହଜିଯିବ
ଠକିଲେ ଥରେ
ଦେଖ ହୋ।
This poem has not been translated into any other language yet.
I would like to translate this poem