ଆସ, ଦୟାକରି ଆସ, ତପୋବନକୁ ଆସ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆସ, ଦୟାକରି ଆସ, ତପୋବନକୁ ଆସ

Rating: 5.0

ଆସ, ଦୟାକରି ଆସ, ତପୋବନକୁ ଆସ,
ଆସ, ବାରମ୍ୱାର ଆସ, ଆସ ଆଉ ଯାଅ,
ଯାଅ ଆଉ ଆସ, ଆସ, ତପୋବନକୁ ଆସ।

ପାପ ଦିଅ, ପୂଣ୍ଯ ନିଅ, ନିଅ, ନିଅ, ନିଅ,
ପୂଣ୍ଯର ଫଳ ନିଅ, ଉପଭୋଗ କର ଜୀବନ,
ଆସ ଧନ, ଅପେକ୍ଷାରେ ଅଛି ଏଠି ତପୋବନ।

ତପୋବନକୁ ଆସ, ଆସ ଧନ, ଆନନ୍ଦ ନିଅ,
ସୁଖ, ଶାନ୍ତି, ମୈତ୍ରୀ ସବୁ ଏଠି ଭାଗବାଣ୍ଟ କର।
ନିଜ ନିଜ ଭିତରେ ଈର୍ଷା ଦ୍ୱେଷ କ୍ରୋଧ ନ କର।

ଆସ, ବାରମ୍ବାର ଆସ, ଆସ, ନିଜ ମାଟିକୁ ଆସ
ଘେରି ରଖିଛି ନିଜକୁ ଦେଖ ନିଜ ନୀଳସାବଜା ଆକାଶ।
ପାଣି ଆଉ ପବନର ଦୋଳାରେ ହଲିଝୁଲି ସବୁ ଆସ,
ଆସ, ଆସ, ପକା ହୋଇଛି ତଳେ ଗାଲିଚା ଦୂବଘାସ।
ଆସ, ଆସ, ନିଜ ମୂଳରେ ରଖି ନିଜ ନିଶ୍ୱାସପ୍ରଶ୍ୱାସ।
ନିଜ ଭିତରୁ ବାହାରୁଥିବା ଆଲୁଅରେ କରି ନିଜ ବାସ,
ଆସ, ଆସ, ଭାଇଭଗାରି ନାହିଁ, ଅଛି ଆତ୍ମବିଶ୍ବାସ।
ଆଉ ବିଶ୍ୱାସ ବଳରେ ଜିଣ ନିଜକୁ, ଜିଣ ସବୁକୁ ଆଉ
ସବୁକୁ ଜିଣି ନୂଆ ଦିଶା ଦିଅ, ସମୟକୁ ସମୟ, ଆଉ
ଯାଅ ଆଉ ଆସ, ଆସ ଆଉ ଯାଅ, ଯାଅ ଆଉ ଥାଅ।

POET'S NOTES ABOUT THE POEM
Written in odia language, odia is the official language of odisha, india.it is about life in the world. All are mortals. They are all going and coming and staying
For a temporary period. Temporary - everything, But all should enjoy life, and take nectar of nature.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success