ତୁମକୁ ନେଇ ଏତେ ନାଟ ଆମର,
କୋଉଠି ତୁମେ ଯେ ବୀରବର।
ଏଇ ମୁଲକ ତୁମର, ତୁମ
ବାପଦାଦିଙ୍କର ଆଉ ଆମେ
ଏଠି ଏତେ ହରବର
କଣ ପାଇଁ ପଚାରିବାକୁ ବି
ନାଇଁ ତର।
ଠିକ୍ ଅଛି ଯାହା
ହେଉଛି ଯୋଉଠି
ଖାଲି ଡର ଅନ୍ଧାର,
ଅନ୍ଧାର ଇ ତ ଆମର
ବନ୍ଧୁ ମଇତ୍ର ସଖା ସହୋଦର।
ରୁହ ବୀରବର, ତୁମେ
ଆଉ କିଛି କ୍ଷଣ ଅପେକ୍ଷାକର,
ଆମେ ଉଭୟେ
ଗୋଟିଏ ଗଛର
ଆଉ ଗଛଟା ଦୋହଲୁଛି
ଛକାପଂଝାରେ ସମୟର।
This poem has not been translated into any other language yet.
I would like to translate this poem