ନାଇଁ ଜଣା ଅର୍ଥ
ତଥାପି ଚାଲିଛି ରାସ୍ତାରେ
ଆଉ ରାସ୍ତା ରହିଛି ଲମ୍ୱି
ମୋରି ଭିତରୁ ଭିତର।
କିଏ କହିଲାଣି ଅନ୍ଧାର
ତ ଆଉ କିଏ ଆଉ କଣ
ଜଣା ନାଇଁ ସଠିକ ଅର୍ଥ ।
ଏତେସେତେ ଆଲୋଚନାରୁ
ଫାଏଦା ହିସାବ କଲାବେଳକୁ
ଯେ ଯୋଉଠି କରୁଛନ୍ତି ଗମାତ୍।
କାହାକୁ କିଏ ଆଉ କଣ ପଚାରିବ
ପଚାରିଲାବେଳକୁ ସବୁ ଶେଷ।
This poem has not been translated into any other language yet.
I would like to translate this poem