ଆଜ୍ଞା ହଜୁର
ବଲୁଛେଁ,
ଫୁଲୁଛ ବେଁଗ ବାଗିର।
ଦୁଇଅଖରି ବତାଲେ
ବଲୁଛ, ଜାନଲିଁ।
ଆରେ ମୋର ବୁଆ,
ଭୁଲଟାକେ
ଠିକ୍ ବଲି
କେନ୍ତା କହେମି!
ପଛଆଡେ ଫେର
ହଗବ ମୋର,
କେନ ଥିବା
କହେବା ସଁଭଲାମି।
ଚୁପରା ଖାଏବାର
ଲୁକର ଅଭାବ ନେଇଁ,
ସତକେ ମିଛ ବଲବାର
ଲୁକର ଅଭାବ ନେଇଁ।
ସତଟା ସତଭାବେ
ଝଲଝଲୁଛେ ଅଁଧାଲୋକ
ଦେଖେ ନେଇଁ।
This poem has not been translated into any other language yet.
I would like to translate this poem