ଦେଖୁଛି ସକାଳୁ ଏଠି, ହଁ
ଜୀବନ ଆଉ ଜୀବନ ହୋଇ ନାଇଁ।
ଆକାଶସାରା କଣ ଏତେ
କାହାକୁ କେମିତି ଜଣା ପଡନ୍ତା ଯେ
କହନ୍ତା ନାଇଁରେ ଭାଇ
ଏଇଟା ମାଟି ମୁଠାଏ
ଏଇଟା ପାଉଁଶ ଟିକିଏ
ଆଉ ଏଇଟା ବି
ଯାଉଛି ଉଡି ପବନରେ
କେଉଁଆଡେ ନା କେଉଁଆଡେ!
ମାଟିର ନଦୀ ଆଣେ ଓହ୍ଲାଇ
ଜୀବନକୁ ଆଉ ରଖେ ମାଟି ଉପରେ।
ଆଉ ଦେଖୁଛି ମାଟି ଉପରେ
ଖାଲି ଜୀବନ ଜୀବନ ଆଉ ଆଉ ଜୀବନ।
This poem has not been translated into any other language yet.
I would like to translate this poem