ଏ ଯାଏ
ପାରି ନି ବୁଝେଇ
ମୁଁ ମତେ
ଆଉ ତୁମେ
ରହିଲଣି କେତେ ଦୂରରେ।
ଯା ହେଉ
ପରିଣାମରେ
ରହିଛ ତୁମେ
ଆଉ ମୁଁ
ଆଶ୍ଚର୍ଯ୍ୟ ଏଠାରେ ।
କିଏ କାହାଠୁ
କେତେ ଭିନ୍ନ
ନୁହଁ ମୋ ପ୍ରଶ୍ନ
ପାଇ ନି ଏ ଯାଏ
ଟିକିଏ ବି ଜ୍ଞାନ।
କେତେ ଅଳଙ୍କାରରେ
କେତେ ଅହଙ୍କାରରେ
ବାନ୍ଧିଛ ମତେ
ଜାଣିବାକୁ ନାହିଁ
ମୋଠି ଚେତନ।
ଆଉ କଣ ମୁଁ
ଆଉ ବିଫଳ
ମୋର ଶ୍ରବଣ
ମୋର ଦର୍ଶନ
ମୋର ହୋଇ ନାଇଁ
ମୋର ମନ!
This poem has not been translated into any other language yet.
I would like to translate this poem
All failures life's philosophy under nature