ଏତେ ପ୍ରକାରେ ଏତେ ଏତେ
ଏଠାରେ ସବୁ ଏତେବେଳେ
ବୁଝିବାକୁ ହେବ ଯେମିତିହେଲେ
ଆଉ ବୁଝୁ ବୁଝୁ ସମୟ ସରିଲେ
କହିବ ନି ଗଲାରେ ଅବହେଳାରେ।
ସ୍ୱତେଜରେ ସଭିଏଁ ବସ୍ତୁ ବ୍ୟକ୍ତି
ସମୟାନୁଯାୟୀ ଫୁଟି ବାହାରନ୍ତି
ଛାଁକୁ ଛାଁ ଏମିତି ଆପଣା
ତେଜରେ ସକଳ ସୌନ୍ଦର୍ଯ୍ୟ ଧରି।
କୁହ ଯୋଉ ଶବ୍ଦରେ ଯାହାକୁ ଯାହା
କୁହ ଶ୍ରଦ୍ଧାରେ ସମ୍ମାନରେ ଆଉ
ନ ଥିବ ସେତେବେଳେ ପସ୍ତେଇବାକୁ
ଯାହାକୁ ଯାହା ଦରକାର ମିଳିଗଲେ
ଆଉ ନ ଥାଏ ସମସ୍ୟା ବୋଲିବା କିଛି।
This poem has not been translated into any other language yet.
I would like to translate this poem