ନିଜ ନିଜ ଘରେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନିଜ ନିଜ ଘରେ

Rating: 5.0

1

ପଉଚ
ଗଜାନନ ମିଶ୍ର

ଠିପି ଖୋଲା
ପଉଚ ମେଲା
ଖଦିଆ ଢିଲା
କେନ ଚିକିରପୋ
କାଣା କରବା
ଆମେ ଇ ମାଟିର ପିଲା।

ଠକିଭଣ୍ଡି
ଯାହା ଯେତେ
ମାରିବାର ଥିଲା
ସବୁ ସଇଲା
ଏଇଟାକୁ ଟାଉଟରୀ
କହୁଛ ଯଦି
କଥା ବଢିଲା!

ବଢୁ କି ସରୁ
ଯାଏ ଆସେ ନା
କାହାର କିଛି।
ଏଡେ ଲାଉ ଏଡେ ହେଲା
କହିବାର ବୃଥା।
ତାଟିକବାଟ ଦେଇ
ନିଜ ନିଜ ଘରେ
ଭରିହେଇ ରହିଲେ ହେଲା!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
31/03/2020

2

ନିଜାମୁଦ୍ଦିନ
ଗଜାନନ ମିଶ୍ର

କୋଉଠି?
କୋଉଠି ନିଜାମୁଦ୍ଦିନ? ?
ଏବେ ଏବେ ଶୁଣୁଛି
ସେଠି କୁଆଡେ ହେଉଛି ବିକ୍ରି
ଧର୍ମନିରପେକ୍ଷତା!
ଅଦଳବଦଳ ସିଷ୍ଟମ ବି ଚାଲିଛି
ମାନବିକତାର ଦ୍ୱାହିରେ।
କିଏ କିଏ ସବୁ
କେମିତି ଅଛନ୍ତି ନାଇଁ ଜଣା।
ଡିଣ୍ଡିମ ପିଟା ଚାଲିଛି
କାହାକୁ ନେଇ କେଜାଣି!
ତୁଚ୍ଛାକୁ ଗୋଡ ପିଟୁଥିବା
ଉଦବାସ୍ତୁଗୁଡାକ ରହିଛନ୍ତି
ମୁହଁ ଲୁଚାଇ କିଆଁ!
ଜାଣନ୍ତି ନାଇଁ କି
ନିଜାମୁଦ୍ଦିନଠୁ ଘନଘୋର
ମାରକ ଦଶା ଗ୍ରାସିପାରେ
ମଣିଷକୁ!
ହୁଏ ତ ପତ୍ର ଡାଳ ଫଳ ଫୁଲ
ଭାଙ୍ଗିରୁଜି ଛିନଛତ୍ର ହୋଇପାରେ
ଜୀବ-ପରମର ମିଳନ କ୍ଷେତ୍ର।
ଉଦବାସ୍ତୁଗୁଡାକ ଜାଣନ୍ତି କଣସବୁ
କୋଉ ବିଷୟ!
ଅବଶ୍ଯ ଆମେ ସତର୍କ
ପ୍ରଭୁ ମଙ୍ଗଳ କରନ୍ତୁ ।

ତପୋବନ,ଟିଟିଲାଗଡ,ବଲାଙ୍ଗୀର
31/03/2020

Tuesday, March 31, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success