ରହିଗଲା ସେଠି,
ସେଠି ସେ ମନ୍ଦିର ।
ସେଠି ସେ ପାଦ।
ବିନା ପାଦରେ
ଆସିଲା ସେ।
ବିନା ପାଦରେ
ମାରିଲା ବ୍ରେକ୍।
ଚଢେଇମାନେ କଲେ
କିଚିରିମିଚିରି।
କେହି ଶୁଣୁ ନ ଶୁଣୁ
କେହି ଦେଖୁ ନ ଦେଖୁ
ତାରାମାନେ ଓହ୍ଲେଇଲେ
ଗୋଟିଗୋଟି କରି।
ରୁମାଲ ଭିଜିଲା
କଥା ସବୁ ଭୁଲିହେଲା।
ରକ୍ତ ଝରିଲା,
ନଦୀ ଉଠିଲା ଉପରକୁ।
ଗଲାଆସିଲାବେଳେ
ଯିଏ କଲା ଯାହା
ରହିଲା ସବୁ ଠିକଣା ଜାଗାରେ।
ହାର୍ ଜିତ୍ ର ପ୍ରଶ୍ନ ନ ଥିଲା
କାହାଠି କେବେ।
This poem has not been translated into any other language yet.
I would like to translate this poem