ଥୁ, ମାମୁ
(ରବି କାନୁନଗୋଙ୍କୁ)
ଗଜାନନ ମିଶ୍ର
ଥୁ ମାମୁ,
ଥୁ।
ମାମୁ କେତେ ପ୍ରକାର?
କେତେ କହିଲେ-
ଜହ୍ନମାମୁ
ମାଡେ ନି ପାଖ ଯିଏ କେବେ,
ବାଘମାମୁ
ମାଡିବସେ ଆଉ ରକ୍ତ ପିଏ ମାଂସ ଖାଏ,
ପୋଲିସମାମୁ
ବାନ୍ଧିନିଏ ଥାର୍ଡଡିଗ୍ରୀରେ ହାଲନିହାଲ କରେ,
କଂସମାମୁ
ଭଣଜାର ଜନ୍ମ ନ ହେଉଣୁ ମାରିବାକୁ ଲାଗିଥାଏ,
ଶକୁନିମାମୁ
ଭଣଜାର ସବଂଶ ମାରିବାର ଚକ୍ରାନ୍ତରେ ବ୍ୟସ୍ତରହେ,
ଆଉ ଆଉ ମାମୁ ମାମୁ ଆଉ ମାମୁ
କିଏ କାହାକୁ ନ ଚିହ୍ନୁ।
କହିଲେ ଯେ ଆପଣ କାନୁନଗୋ ସାର୍
ମାମୁ ନ କହି ମିତ୍ର କୁହ
ଆମଠି ନାହିଁ କିଛି ଉପାୟ
କିଛି ଶବ୍ଦ ଉଚ୍ଚାରିବାର।
ମାମୁ କଣ ରକ୍ତବୀର୍ଯ୍ୟ ଅସୁର?
ଗୋଟିଏ ଗଲେ
ଆଉ ଆଉ ଉଭା ନୂଆ ନୂଆ ରୂପରେ
ତତୋଧିକ!
ଆଉ ଆମର ଏଠି ଖାଲି ଦୁଃଖଭୋଗ!
କୁଆଡେ ଦୁଃଖଭୋଗରେ ଇ
ଅସଲ ସତ୍ୟ ଅସଲ ସୁଖ!
ହଁ ଯେ
ତଥାପି ଅଛି ସେଇ କୁକୁର ଲାଂଜ।
କେଡେ କେଡେ ହିରୋ ବି
ଅସ୍ୱୀକୃତ ଇତର ଅସଫଳ।
ଆଇନ ଭାଙ୍ଗିବାରେ ମାମୁ ହିଁ ପାରଙ୍ଗମ
ଆମର ସେ ରଙ୍ଗ ଢଙ୍ଗ ନାହିଁ
ଆମେ ଅକ୍ଷମ
ଆମ କାନ୍ଦକୁ ବି ନାହିଁ ପ୍ରଶ୍ନ।
(25 ନଭେମ୍ବର -1 1ଡିସେମ୍ୱର2018 ଆମ ସମୟର ପ୍ରତିବିମ୍ବ ରେ ପ୍ରକାଶିତ ରବି କାନୁନଗୋଙ୍କ ଲେଖା ଥୁ ପଢିଲା ପରେ ରଚିତ। କୃତଜ୍ଞ ଆପଣଙ୍କ ପାଖରେ କାନୁନଗୋ ସାର୍)
This poem has not been translated into any other language yet.
I would like to translate this poem