ନ ଥାଇପାରେ ସେଥିରେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନ ଥାଇପାରେ ସେଥିରେ

ଘଟି ଯାଇଛି ଯାହା
ଘଟିବ ଆଉ ଥରେ
ହୁଏ ତ ଏପଟସେପଟ
ହୋଇପାରେ ଟିକିଏ।
ହୁଏ ତ ବଦଳିପାରେ
କିଛି କିଛି ସ୍ଥାନ କାଳ ପାତ୍ର।
ହୁଏ ତ କୋଉଠି କାହାର
ଭୁଲଚୁକ୍ ରହିପାରେ,
ହୁଏ ତ ଆଉ କିଏ
ଆଉ କୁଆଡକୁ
ଦିଗବାଗ ବଦଳାଇପାରେ।
ହୁଏ ତ ରଙ୍ଗଛଡା ଦିନର
ଲିପିରେ ଥାଇପାରେ
କିଛି ସତ୍ୟାସତ୍ୟ।
ହୁଏ ତ ସଙ୍କେତ କିଛି
ଛାଡି ଯାଇପାରେ ଆଉ କିଏ
ଆଗକୁ ବଢି ଯାଇଥିବା ରାସ୍ତାର।
ସାପବେଙ୍ଗର ଲୁଚକାଳିରେ
ହୁଏ ତ ଶକ୍ତି ଆଉ ସାମର୍ଥ୍ଯର
ପରିଚୟ ଦେବାକୁ ପଡିପାରେ
ନୂଆ ଭାବରେ ପୁଣି ପୁଣି।
ହୁଏ ତ ଆଗକୁ ଯିବାର ଅନୁମତିରେ
ନ ଥାଇପାରେ ବିଧିବଦ୍ଧ ନିର୍ଦ୍ଦେଶ।
ହୁଏ ତ ବଂଚିବାର ଅର୍ଥ ଖୋଜୁ ଖୋଜୁ
ବନ୍ଦ ହୋଇପାରେ ଦିଗବିଦିଗର ନକ୍ସା।
ହୁଏ ତ କୁହା ହୋଇଛି ଯାହା
ନ ଥାଇପାରେ ସେଥିରେ
ଘଟଣାର କ୍ରମ ବିନ୍ୟାସ ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success