ସର୍ବ ଜ୍ୟୋତି ସର୍ବ ସୁଖଧାମ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସର୍ବ ଜ୍ୟୋତି ସର୍ବ ସୁଖଧାମ

Rating: 5.0

1.

ମହିମା ପଚାରୁଛ ଭାଷାର?
ପାରିବି ନି କହି ବିନା ଭାଷାରେ!
ଭାଷା ସର୍ବ ଜ୍ୟୋତି
ସର୍ବ ସୁଖଧାମ।

ଭାଷା, ଆପ କ୍ଷିତି ବ୍ୟୋମରୂପୀ
ପ୍ରକାଶେ ସର୍ବବ୍ୟାପୀ।
ସକଳ ମନ୍ତ୍ର ସକଳ ଯନ୍ତ୍ର
ସକଳ ଶସ୍ତ୍ର ସକଳ ତେଜ
ସକଳ ପୁରୁଷ ସକଳ ମହିମା
ସନ୍ଥ ଭକ୍ତ ଗୁଣସୀମା
ସକଳ ଧର୍ମ କର୍ମ ଶୁଦ୍ଧଅଶୁଦ୍ଧ
ଭାଷାରେ ସବୁ ଇ ପ୍ରକାଶିତ ।
ଦେବଦାନବ ସଭିଙ୍କ ସବୁ ଜଗତ
ଭାଷା କରଗତ, ଭାଷା ସର୍ବଭୂତ
ଭାଷାକୁ ନେଇ ସଭିଏଁ ସବୁଠି
ଆପଣାଆପେ ପରିଚିତ।
ଭାଷା ଅଗ୍ନି ଭାଷା ପାଣି
ଭାଷା ଦି ପଦ ଶୁଣି
ଭାଷା ଦି ପଦ ଗୁଣି
କର ଜୀବନ ଧନ୍ୟ,
ହେ ମଣିଷ, ସର୍ବ ଜୀବମଣି।
ଜିବନୀଶକ୍ତି ରହିଛି ଭାଷାରେ
ଅଂସଖ୍ୟ ଜୀବନୀଶକ୍ତି ଭିତରୁ ମାତ୍ର
ମୁଁ ଗୋଟିଏ ଏଠାରେ।
ତଳଅତଳ ରସାତଳ ହଳାହଳ
ସବୁ ମାର୍ଗ ଶୂନ୍ୟମାର୍ଗ
ଭର୍ତ୍ତି ଭାଷାରେ।
ଭାଷା ପାରଣା କର ହେ
ଜୀବନକୁ କର ଧନ୍ୟ ଏଠାରେ।

2.

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success