ଏୟା ହେଲା,
କଥା ପଡିଲା ମାତ୍ରେ
ଯେ ଯୋଉଠି ଥିଲେ
ଉଠିଲେ ଆଉ ଗଲେ।
ଏୟା ହେଲା,
କହିଲେ ନି ବି ନମସ୍ତେ
ସାମାନ୍ୟ ସୌଜନ୍ୟତା
ପାରିଲେ ନି ଦେଖାଇ।
ଆଉ ଚୁମ୍ୱକରେ
ନାଁ ଗାଁ ଟିପିଲେ
ନ ଥିଲା ଯାହା ସବୁ କୋଉଠି।
କହିଲେ ନି କେହି କିଛି,
ଆଉ ଉଠିଲେ, ଗଲେ,
ଅନ୍ଧାରରେ ଅନ୍ଧାରରେ।
This poem has not been translated into any other language yet.
I would like to translate this poem