ହଜୁଛେଁ ହର୍ମିଶା
ଥଏ ନେଇଁ କିଛୁ।
ଗୁଲମଲିଆ ଦଉଛେ
ହନ୍ଦଲେଇ ମୁଲୁ।
ଘରବାଏର
ଜଉଛେ ଧସକି।
କାନ ନାକ୍
ଜଉଛେ ଫାଟି।
ରଚେକ୍ ନେଇଁ ବାଟ୍
ଜିମି ଇନୁ ମୁକଲି।
ସତ୍ ବଲବାରଟା
ପାଏବ ଆରୁ କାହିଁ!
ମକାର୍ ହେଲାନ
ସବୁଠାନେ।
ଠାନବସା
ସବୁ ବଅରା।
ବାରି ନେଇଁ ହେବାର
ସାର ଅସାର୍।
କେନଟା ପାପ?
କେନଟା ପୁଇନ୍?
ଜଉଛେଁ ସରି
କହି କହି ମୁଇଁ ମୁଇଁ।
ନଟକୁଟ ଭିତରେ
ହଜଉଛେଁ ସବୁ ଅଁଧାରେ।
ଉଠିଲେ ଆଉ ଗଲେ।
ଏୟା ହେଲା,
କହିଲେ ନି ବି ନମସ୍ତେ
ସାମାନ୍ୟ ସୌଜନ୍ୟତା
ପାରିଲେ ନି ଦେଖାଇ।
ଆଉ ଚୁମ୍ୱକରେ
ନାଁ ଗାଁ ଟିପିଲେ
ନ ଥିଲା ଯାହା ସବୁ କୋଉଠି।
କହିଲେ ନି କେହି କିଛି,
ଆଉ ଉଠିଲେ, ଗଲେ,
ଅନ୍ଧାରରେ ଅନ୍ଧାରରେ।
ରହିଲା ଅନ୍ଧାର,
ଅନ୍ଧାରରେ ଆମେ ସମସ୍ତେ।
This poem has not been translated into any other language yet.
I would like to translate this poem