ଏତାଲା, ଯାଉଛି ଦେବାକୁ ମୋ ବିରୁଦ୍ଧରେ ମୁଁ। Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏତାଲା, ଯାଉଛି ଦେବାକୁ ମୋ ବିରୁଦ୍ଧରେ ମୁଁ।

ଏତାଲା, ଯାଉଛି ଦେବାକୁ
ମୋ ବିରୁଦ୍ଧରେ ମୁଁ।
ଆରୋପ- ରୋକଠୋକ କହୁଛି କଥା,
ଭୟ କରୁ ନି କାହାକୁ।

ଏତାଲା, ଯାଉଛି ଦେବାକୁ
ମୋ ବିରୁଦ୍ଧରେ ମୁଁ।
ଆରୋପ- ଲେଖୁଛି କବିତା
ଭାବରେ ପହଁରି, ଅନୁସରି
ଶବ୍ଦର ଡଙ୍ଗାକୁ, ଭାଷାର ନଈକୁ।

ଏତାଲା, ଯାଉଛି ଦେବାକୁ
ମୋ ବିରୁଦ୍ଧରେ ମୁଁ।
ଆରୋପ-ବୁଲୁଛି ବେଫିକର
ଲୋଭ ନ କରି ଘରଦ୍ୱାର
ବନ୍ଧୁ କୁଟୁମ୍ୱ ସରକାର।

କହୁଛି- ମୁଁ ମୋ ସରକାର,
ଉପରେ ସୂର୍ଯ୍ୟର ଆଲୁଅ,
ତଳେ ମାଟିର ଧୈର୍ଯ୍ୟ,
ଚାରିଆଡେ ମୋର
ପବନର ଶିଡି।

ଚଢୁଛି ମୁଁ ପୁଂଜି କରି
ପବନର ଶିଢିକୁ।
ଚଢୁଛି ନା ଓହ୍ଲାଉଛି
ପଚାରୁଛି ଯେବେ ଆକାଶ
କରିଛି ଅପେକ୍ଷା ନିଆଁ ପାଣିର ଉତ୍ତରକୁ।

କଳ୍ପନା ପାରୁ ନି କରି
କିଏ କେତେବେଳେ ଯାଉଛି ଚାଲି
ଶତ୍ରୁପଲକୁ କି ମିତ୍ରପକ୍ଷକୁ।
ତଥାପି ଆଗେଇଚାଲ,
ଅନେଇଛନ୍ତି ସଭିଏଁ ମୋ ଡାକରାକୁ।

POET'S NOTES ABOUT THE POEM
Written in Odia language. Odia is the official language of Odisha, India, It is about the conflict within
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success