ମିଲନ ଆରୁ କୁଲିହା
1.
କୁଲିହାମାନେ କେଭେ
ବାଘ ହେବେ କେଁ?
ବାଘମାନକେ ପୁଆଲେ ଠାପମି
ବଲୁଛ କେନ୍ତା?
ନିଜର କଥା ସୋର କର
କାଣା କାଣା କରିଛ କେଭେ କେଭେ
କେନକେନମାନକର ସଁଗେ।
ଶୁନଲାକଥାକେ ଭରସା କରି
ଉଠଉଛ ତାବଲି
ଆକାଶ ଖଁଡ ଖଁଡ ହେବାକେଁ!
ଦେହେ ବଲବଏସ ଥିବା ବଲି
ଭାବୁଛ ସବୁଦିନ କେନ୍ତା?
ଚାଲୁ ଚାଏରଶବିଶ ହେଇକରି ଭି
ଫୁଟାନିରେ ମୁଡ ଡେକୁଛ
ପାଏବ ବଲି ମାଏନତା?
2.
ମିଲନ ହେଇଛେ ଆମର୍
ଆଏଜ ଇ ନୁଆଁଖେଇ ଦିନ।
ଖୁସି ମିଜାଜରେ କାଟମା
ସାରା ଜୀବନ।
ସବୁ ଅଛେ ଇନ,
ଫୁଲ ଫଲ ଆରୁ ସପନ।
ହିଁସା ଅଁହକାର କରବାର ଲୁକେ
ତାକର ତାକର ସୁଧରିବେ ନ,
ଆରୁ ନେଇଁ ପାରଲେ ସୁଧରି
ଛୁଚେଭଟେ ହାବସିକେଚଡେଇ ହେଇ
ନିଜରଠାନେ ମରବେ ନ।
ଆମର ହେଇଛେ ମିଲନ୍,
ସୁଖସୁବିଧା ରଖିଛେ ସବୁ
ଇ ସମିଆ ଆମର ଜିବନଧନ।
This poem has not been translated into any other language yet.
I would like to translate this poem