ସ୍ତ୍ରୀ ଲୋକ ଉପରେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସ୍ତ୍ରୀ ଲୋକ ଉପରେ

Rating: 5.0

ଗୁରୁ ବୋଇଲେ ସ୍ତିରୀଙ୍କି ନ ଯିବ ବିଶ୍ୱାସ, ଯେ ବିଶ୍ୱାସ ଯିବ ତାର ଅଳପ ଆୟୁଷ।

ସର୍ପ ରାଜା ବାଘ ଭାଲୁ କୁମ୍ଭୀର ଯେ ହସ୍ତୀ, ଖଡଗଧାରୀ ଶଙ୍ଖଧାରୀ ନଦୀ ଯେ ଯୁବତୀ।

କାଳର ଡଗର ଜାଣ ଏମାନେ ଅଟନ୍ତି, ବିଶ୍ୱାସ ନ ଯିବ ବୋଲି କହି ବୃହସ୍ପତି।

ଜାଣି ଜାଣି ଏମାନଙ୍କୁ ବିଶ୍ୱାସ ଯେ କଲା, ନିଶ୍ଚୟ ଜାଣିବ ସେହୁ ଆୟୁ ଥାଉଁ ମଲା। - ଅଚ୍ୟୁତାନନ୍ଦ ଦାସ

ସ୍ତ୍ରୀ ଲୋକ ଉପରେ

ମୁଁ ଲେଖିବାକୁ ଚାହେଁ
ସ୍ତ୍ରୀ ଲୋକ ଉପରେ
ମୋ କବିତା ।

ସ୍ତ୍ରୀ କିଏ
କଣ ତାର ଭୂମିକା
ଜାଣେ ନା ଯଦିଓ ।

ମୁଁ ଜାଣିବାକୁ ଚାହେଁ
ମୋ ସୃଷ୍ଟିର ରହସ୍ୟ ।

ମୁଁ ଶୁଣିବାକୁ ଚାହେଁ
କହୁଛି କିଏ କଣ
ଜୀବନର ଭବିଷ୍ୟ।

ସ୍ତ୍ରୀ ଲୋକ ଉପରେ
ଏତିକି ସେତିକି ହୋଇସାରିଛି କୁହା,
ହୋଇସାରିଛି ବି କେତେ କେତେ
ଯୁଦ୍ଧ ଆଉ ଧ୍ୱଂସ।

ସ୍ତ୍ରୀ ଲୋକ ତଥାପି
ପାରି ନି ହୋଇ ଅଲଗା।
କାହାଠୁ ହେବ କେମିତି!

ରହିପାରିବ କି ସ୍ରଷ୍ଟା
ଛାଡିଦେଲେ ସୃଷ୍ଟି!
ସ୍ତ୍ରୀ ଟା ମୂଳ ଡାଳ

ଫଳଫୁଲ ଗନ୍ଧବାସ ଆଉ
ଆଉ ସବୁକିଛି,
ସବୁରି ଭିତରେ ଥାଇ
ସବୁଠୁ ମୁକୁଳିଯାଇ
ବଦଳସମୟରେ
ରଖିଥାଏ ପ୍ରକୃତି
ପୂର୍ବପରି।

ସ୍ତ୍ରୀ ଉପରେ
କଣ ଲେଖିବି?
କିଛି ଲେଖିବି ବୋଲି
ଭାବିଲାବେଳକୁ
ଯାଉଛି ସବୁ ଆଉ
କୋଉଠି କୋଉଠି ହଜି,
ଆଡବାୟା ହୋଇ
ମୁଁ ଯାଉଛି ରହି।

POET'S NOTES ABOUT THE POEM
This is written in odia language, Odia is the official language of Odisha India. This is about women, first stanza is written by the famous odia poet Achyutanandadas, it is from his book "Haribansha"
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success