ମାଟି, ଭାଷା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାଟି, ଭାଷା

1.

କାକ ଆଉ କଚ୍ଛପ,
ବାହାରିଲେ ଦିହେଁ
ମାଟି ଆଶାରେ।

ମାଟି ରଖିଥିଲା
ଲୁଚେଇ ପିଂପୁଡି
ଘର ଭିତରେ।

ଘର ତିଆରି
ହେଇଥିଲା ଭାଷାରେ,
ଭାଷାକୁ ମାରି ଦିଆ ହେଉଥିଲା
ତୃତୀୟ ମହଲାରେ।

ମିଛଖଚରେ ଭର୍ତ୍ତି ଥିଲା
ତୃତୀୟ ମହଲା।

ଜାଣିଥିଲେ ସବୁକଥା
କାକ ଆଉ କଚ୍ଛପ,
ଆଉ ଦେଇଥିଲେ ଲଗେଇ
ପିଂପୁଡିପଲକୁ
କରିବାକୁ ଆଉ କିଛି ପାଲା।

2.

ତୋର ଦାନକୁ
ଆମର ନାହିଁ ଆଶ,
ଆମେ ରାଗିଲେ
ତୋର ହେବ ସର୍ବନାଶ।

ତୁ କି ଦଣ୍ଡଧାରୀ,
ଦ୍ୱନ୍ଦ୍ୱକୁ ଆସୁଛୁ କିଆଁ
ଭାଷାକୁ ମାରି!

ଦ୍ରୋହ କର ନା,
ବଡପଣ ଦେଖାଇ,
ତପୀ ଯୋଗୀ
ସନ୍ନ୍ୟାସୀଙ୍କ ଆଗରେ
ମୁଁ ମୁଁ କହି,
ଜଳନ୍ତା ଅନଳେ
ଝାସ ଦେ ନା।

ତୋର ଦାନକୁ
ଆମର ନାହିଁ ଆଶ,
ଆମଠୁ ନ ନେଲେ ତୁ,
ନ ଥିବ ତୋର କିଛି ଅବଶେଷ।

ତୁ କି ଲୋକର ଲୋକ,
ନାହିଁ ତୋର ଚେରମୂଳ।

ଆମନ୍ତ୍ରଣ କରି ନେ ନା
ତୋ ନିଜର ମରଣ।

ଲାଗ ନା, ଲାଗନାରେ,
ଲଗ୍ନପତ୍ର କାଢି
ଦେଖି ନେ
ଶିକ୍ଷାଦୀକ୍ଷା ନେବାର ଦିନ।

3.

ଯଥା ବୁଦ୍ଧି
ତଥା ସିଦ୍ଧି।
ଭକ୍ତିରେ ସିଦ୍ଧି,
ଭକ୍ତିରେ ମୁକ୍ତି।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success