ଯିଏ ଦେଖେ ସିଏ ଦେଖେ
ଶୁଦ୍ଧଅଶୁଦ୍ଧ କିଛି ନ ଥାଏ।
ଦେଖେ ବୁଝେ
କଣ ବୁଝେ ଜାଣେ କି
ନ ଜାଣେ କିଏ ଜାଣେ!
ଦେଖିବା ଆଉ ବୁଝିବା
ଚାଲିଥାଏ ଆଉ
ସେ ଚାଲିଥିଲାବେଳର
କ୍ରିୟାକର୍ମ ବାହାରି ଆସୁଥାଏ।
କୋଉଠୁ ବାହାରେ?
କଣ କେମିତି ବାହାରେ?
ଅନ୍ୟ କେହି ଜାଣେ କି
ନ ଜାଣେ କିଏ ଜାଣେ
ଯଦିଓ ସେଇଠି ଥାଏ।
This poem has not been translated into any other language yet.
I would like to translate this poem