1.
କିଛି ନାହିଁ,
କିଛି ନାହିଁ ମୋ
ଭିତରେ କି
ବାହାରେ ।
ଆଉ ଅଛି
ଅଛି ଆଉ ଯାହା
ତାହା ସବୁ ହେବ ନି
କହି ଏଠାରେ ।
2.
ଶତ୍ରୁ ଶତ୍ରୁ
ମିତ୍ର ମିତ୍ର
ମିତ୍ର ଶତ୍ରୁ
ଶତ୍ରୁ ମିତ୍ର
କିଏ କେତେବେଳେ
କୋଉଠି କୁହତ!
କାହାର କିଏ
କେମିତି ଏଠାରେ ସେଠାରେ!
3
ମୋର ତୁମର
ତୁମର ମୋର,
ଭିତର ବାହାର
ବାହାର ଭିତର,
ଅଛି ଅଛି,
ନାହିଁ ନାହିଁ,
ଆଉ ସବୁ ଭିତରେ
ମୁଁ ଅଛି ମୁଁ ନାହିଁ।
This poem has not been translated into any other language yet.
I would like to translate this poem