ସାଧୁ ଅସାଧୁ କେମିତି ବାରିବ
ସିଧାସଳଖ ରାସ୍ତାରେ?
ଅଙ୍କାବଙ୍କା ନଈ ନ ହେଲେ
ପାହାଡ ପ୍ରକୃତି କେମିତି
ସୁନ୍ଦର ଦିଶିବ?
ଧାଡି ଛାଟ, ଅକ୍ଷର ଗୋଲ
ପାଇବ କେମିତି କୋଉଠି
ଓଁକାରମୟ ବ୍ରାହ୍ମିଲିପି ନ ହେଲେ!
କବିତା ନ ହେଲେ
ଜୀବନ ଯନ୍ତ୍ରଣା ଭୁଲିବ କେମିତି?
ଘରଣୀ ନ ଥିଲେ ଘରଦ୍ୱାର
କେମିତି ସମ୍ଭାଳିବ!
ପବନ ପାଣି ସହିତ ନ ମିଶିଲେ
କେମିତି ନାଚି ନାଚି
ଆଗକୁ ଆଗକୁ ଯିବ ପ୍ରକୃତି ସହିତ!
ସବୁ ଗୋଟିଏ ପାଖ
ଆର ପାଖରେ ତୁମ ପ୍ରେମ
ତୁମ ସତ୍ଯ ।
This poem has not been translated into any other language yet.
I would like to translate this poem