ଲେଖାରେ ହସେଁ
ଲେଖାରେ କାନ୍ଦେ।
ମୁଁ ନ ଥାଏଁ,
ଥିବ ମୋର ଶବ୍ଦ,
ନ ଥିଲେ ମୋର ଶବ୍ଦ
ଥିବ ତୁମେ।
ଏଠି ତୁମକୁ ନେଇ ହିଁ
ଦେଖ ମୁଁ କେମିତି ଲେଖେଁ,
ଲେଖାରେ ହସେଁ
ଲେଖାରେ କାନ୍ଦେ।
ଲେଖାରେ
ନ ଥାଉ ଶବ୍ଦ,
ତୁମେ ତ ଅଛ।
ନ ଥିଲେ ବି ତୁମେ
ଦେଖି ନି ଏ ଯାଏ
ତୁମର ମୁଁ ପଛ।
This poem has not been translated into any other language yet.
I would like to translate this poem