ଜାଣେ ନା
କୋଉ ଧର୍ମର ନାଁ
କହୁଥିଲେ ଯୀଶୁ!
କିନ୍ତୁ ଶେଷ ହେଉ ନ
ଥିଲା କାହାର ଦୁଃଖ
କି କହି ହେଉ ନ ଥିଲା
ଏତେସବୁ ଆଳାପର ଅର୍ଥ।
ସାଙ୍କତିକ ସାଁଉଟିବା
ନୁହଁ ସମସ୍ୟା।
ସମସ୍ୟା-
ତଳୁ ଉଠିବା।
ଆଉ ଉଠୁ ଉଠୁ
କହିଦେବା ଅଛୁଁ,
ଅଛୁଁ ଆମେ,
ବଡ କଥା ରହିବା।
ଣ
This poem has not been translated into any other language yet.
I would like to translate this poem