କେବେ ଦିନେ
ନ ଥିବି,
ଆଉ ତୁମେ କିଏ କଣ
ଯାଇଥିବି ଭୁଲି।
କେବେ ଦିନେ
କହିବି ତୁମକୁ ସବୁ
ଯାହା ଯାହା କହିବାକୁ
ନ ଥିବ ଗୋଟିଏ ବି ଶବ୍ଦ।
କେବେ ଦିନେ
ଫେରିବି ତୁମଠିକୁ
ତୁମେ ନ ଥିବ
ତୁମଠି ଯେବେ।
କେବେ ଦିନେ
ଆମେ ଉଭୟେ
ଗାଏବ ହୋଇଯିବା
ନ ଥିବ କାହାଠି
ଚିହ୍ନବର୍ଣ କିଛି ଆଉ,
ଆମେ ଉଭୟେ
କଣ ଭାବିବାକୁ ବି
ନ ଥିବେ କେହି କୋଉଠି।
This poem has not been translated into any other language yet.
I would like to translate this poem