ବୋହୂ କିଛି ନ ଜାଣଇ ଲୋ,
ହୁନ୍ଦର ମନ୍ଦର ଘରକୁ ପଶି
ଚିଲୋଲାଇ ଖେଳେ ଲୋ।
ବୋହୂ କିଛି ନ ଜାଣଇ ଲୋ,
ଏଠାକାର କଥା ସେଠାରେ କହି
ରୁଗୁରୁଗୁ ନିଆଁ ଜାଳେ ଲୋ।
ବୋହୂ କିଛି ନ ଛାଣଇ ଲୋ,
ଭାଇକୁ ଭଗାରି କରିଦିଏ ସିନା
ପେଡା ଦେଇ ବେଡା କରେ ଲୋ।
ବୋହୂ କିଛି ନ ଜାଣଇ ଲୋ,
ଘରେ ଶୋଇ ରହେ ବାହାରେ ନାଚେ
ଇଜତମହତ ସାରି ଲୋ।
ବୋହୂ କିଛି ନ ଜାଣଇ ଲୋ,
ସାରୁ ଭିତରେ ଏତିକି ମାରୁ
କେହି ଜାଣି ନ ପାରେ ଲୋ।
ବୋହୂ କିଛି ନ ଜାଣଇ ଲୋ
ବିଶ୍ୱାସ ଭିତରେ ବିଷ ପୂରାଇ
ଜୀବନ ଟାଣି ନିଏ ଲୋ।
This poem has not been translated into any other language yet.
I would like to translate this poem