ଭେଦୁ ମୋର କଥା
ତୁମର ଦିହିକେ।
ଭିଜୁ ତୁମର ମନ,
ଫଲେଫୁଲେ ମହକୁ
ତୁମର ଘର ଦୁଆର ବଏଗଚା
ମୋର ବୁରି ବୁରି ଶବଦଥି
ଗଜା ହଉ ତର ଗିଆନ।
ଚହଟୁ ସୁନାଡଙ୍ଗରି,
ରୂପା ଡଙ୍ଗରି ମୋର
ଭାବେ ରସେ।
ମିଠା କଷାବାରୁ
ପବନ ପାଏନର ଇ ଜୀବନ
ଇନେ ଏତକି ବେଲକେ ।
ହଲ ଚଷୁ ଚାଷୀ,
ଆହୁରି ଆହୁରି କବିତା
ଲେଖୁ ମାଟି-ମନସ୍କ କବି।
ଘରଦୁଆର କରି ରହୁ ସୁଖେ
ମୋର ମାଏସି ପୁଓ ଘାସି।
ଲିମକାଠର ମହୁଲକାଠର
ଦେ ଦେବତା ଥଉନ ଏକାସଁଗେ,
କଦଲି ନଡିଆ ଖଇଖୁଆଁ
ଖେଇକରି ଗଉନ ଗିତ,
ଢୋଲ ନିଶାନ ବାଜୁ,
ଲୋକକେ ଲୋକ ଚିହ୍ନୁ।
ବିଶାସରେ ନେଇଁରହୁ ବିଷ୍
ଝରୁ ଅମରୁତ୍।
This poem has not been translated into any other language yet.
I would like to translate this poem