ଶିକେର ଜଁଗଲୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଶିକେର ଜଁଗଲୁ

Rating: 5.0

1
ମୋର କବିତା ଲେଖା
ଏନ୍ତା ଚାଲିଛେ,
ଏନ୍ତା ଚାଲିଥିବା
ଇ ସକାଲୁ ସେ ସକାଲ।
ମୁଇଁ ଖଉଥିମି
ଏନ୍ତା ଶାଗ ପକାଲ।
ଶିକେଲ ଜଁଗଲୁ
ଆନୁଥିମି ବେଟି ଛତୁ।
ରେ ରେ ଲା ଲା
ଗିତ୍ ଗେଇ ଗେଇ
ଖୁଜୁଥିମି ନିଜକେ ନିଜେ।

2

ଭେଦୁ ମୋର କଥା
ତୁମର ଦିହିକେ।
ଭିଜୁ ତୁମର ମନ,
ଫଲେଫୁଲେ ମହକୁ
ତୁମର ଘର ଦୁଆର ବଏଗଚା
ମୋର ବୁରି ବୁରି ଶବଦଥି
ଗଜା ହଉ ତର ଗିଆନ।
ଚହଟୁ ସୁନାଡଙ୍ଗରି,
ରୂପା ଡଙ୍ଗରି ମୋର
ଭାବେ ରସେ।
ମିଠା କଷାବାରୁ
ପବନ ପାଏନର ଇ ଜୀବନ
ଇନେ ଏତକି ବେଲକେ ।
ହଲ ଚଷୁ ଚାଷୀ,
ଆହୁରି ଆହୁରି କବିତା
ଲେଖୁ ମାଟି-ମନସ୍କ କବି।
ଘରଦୁଆର କରି ରହୁ ସୁଖେ
ମୋର ମାଏସି ପୁଓ ଘାସି।
ଲିମକାଠର ମହୁଲକାଠର
ଦେ ଦେବତା ଥଉନ ଏକାସଁଗେ,
କଦଲି ନଡିଆ ଖଇଖୁଆଁ
ଖେଇକରି ଗଉନ ଗିତ,
ଢୋଲ ନିଶାନ ବାଜୁ,
ଲୋକକେ ଲୋକ ଚିହ୍ନୁ।
ବିଶାସରେ ନେଇଁରହୁ ବିଷ୍
ଝରୁ ଅମରୁତ୍।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success