ଚିହ୍ନିବାରେ ଭୁଲ କଲେ ବିପଦ,
କୋଉଠି ତୁମେ କହ ତ!
ନ କହି ପାରିଲେ ଯାଅ,
ଦକ୍ଷିଣ ଦ୍ୱାରୀ ଘରେ, ଜଗିଥାଅ।
ଏଠି ଏତେ ହନ୍ତସନ୍ତ ଅଛି
କିଏ କାହାକୁ କଣ କହିବ!
ନ କହିଲେ ଯାଉଛି ପ୍ରାଣ
ସେ କଥା କେମିତି ବୁଝାଇବ!
ଆରେ ଯାଅ, ତୁମର ତୁମେ
ସେଇ ନଷ୍ଟ ପଥରେ ଯୋଉଠି
ତୁମ ପାଉଁଶ ବି ନ ଥିବ।
ଯାହା ଥିବ ସେତକ ବି
ରହି ନ ଥିବ ତୁମରହୋଇ, ଛାଡୁଥିବୁ ଡକା
ଆମେ ଗଲୁ କୁଆଡେ ଦାମ ଭୋଇ ।
This poem has not been translated into any other language yet.
I would like to translate this poem