ଏକା ମାଡେକେ
ସବୁ ସଫା ହେଇ ଗଲା ବୋ,
ଥୁକ ଖେକାର ଫେପଲ
ଜେତକି ଜେନ ଥିଲା
ବାହାରିଗଲା ଭିତରୁ ବାହାରୁ।
ଛିଡା ଲଟାଲୁଟି, ଚପଲଚୁପଲି,
ଖଁଡିଆଡଁଡିଆ ଜାହା ଜେନ
ପଡିଛେ ଗୁଟେଦୁଇଟା
ହେଟା ଗଲାଆଏଲାବେଲକେ
ଫିକି ଦେଲେ ହେବା।
ଧିଆନରେ ବସିକରି
ଅପନାର କାମେ ମନ ଦେଲେ
ଜେଇକରି ଇଛେନ ଆରୁ
ନୁଆଁ ସକାଲକେ ଡାକବାର ଅଛେ
ନିରମଲ ହେଇକରି
ସଭକର ସାମ୍ନେ।
This poem has not been translated into any other language yet.
I would like to translate this poem
It is all about evil men, let us drive them out