ଦେଖୁଛି, ଶୁଣୁଛି
ପାରୁ ନି ବୁଝି କିଛି
କଣ କଣ ଘଟି ଘଟି ଯାଉଛି।
ପ୍ରତିମୁହୂର୍ତ, ମୁହୂର୍ତ୍ତରୁ ମୁହୂର୍ତ୍ତ
ଏମିତି ଅଛି ପୂର୍ବବତ୍ ।
କାହାଠି ନାଇଁ କିଛି ସଂପର୍କ,
କାହାକୁ ନାଇଁ କିଛି କହିବାର,
ନାଇଁ କିଛି ଦେବାର କି ନେବାର।
ପ୍ରତିମୁହୂର୍ତ ଚାଲିଛି
ବଦଳି ବଦଳି ଏଠାକାର
ସବୁ କାରୁକାର୍ଯ୍ଯ ।
କଣ ମୋର, କିଏ ମୋର,
କରୁଛି କଣ ଏଠି
କିଛି ନ ଜାଣି, କିଛି ନ ବୁଝି
ମୁଁ ଇ ରହିଚି ଟାକି
ହେବ କଣ ଆଗକୁ ଆଉ ଦେଖିବାକୁ।
ଆଗ କଣ ଆଉ ପଛ କଣ
ଜଣା ନାଇଁ ସେଇଟା ବି।
This poem has not been translated into any other language yet.
I would like to translate this poem