ତୁମେ ନାହଁ
ଆଉ କହିବି ନାଇଁ।
କହିବି ନାଇଁ
ଏ ସନ ଏତିକି
ଆର ସନକୁ
ନେବି ବାଛି।
ସନକନ ନାଇଁ କିଛି,
ସମୟର ଖେଳରେ
କିଏ କୁଆଡେ ଯାଉଛି ପିଚକି।
ହଁ ଯେ
ଫୁଲକୁ ଟିକେ
ଦେଖି ନେବାର ଅଛି।
ଆକାଶର ପଡିଆରେ ଟିକେ
ଖେଳିବାର ଅଛି।
ପବନରେ ଆଉ ପାଣିରେ
ଖୋଜିବାର ଅଛି
ନିଜର ଅସ୍ତିତ୍ବ ।
ଗଛର ଡାଳରେ
ଦୋଳି ଖେଳିବାର ଅଛି
ଆଉ କିଛି ବେଳ।
ହଁ ଯେ
ସମୁଦ୍ରକୁ ପଶି ପୁଣି
ବାହାରି ଆସିଲେ
କହିବି ରହିଛି
ଯେତେ ଯାହା ବାକି,
ଥାଅ ସେଠି।
ଥିବ?
This poem has not been translated into any other language yet.
I would like to translate this poem