ପ୍ରକୃତରେ
ପାଣି ନାଇଁ ନଈରେ।
ରନ୍ଧାସବୁ ଭସେଇ
ଦିଆ ଯାଇଛି
ବଢି ପାଣିରେ।
ଛେକିବାକୁ
ଅଛି କିଏ ବାଟରେ?
ଶବ୍ଦ ନାଇଁ
ଭାବ ଖାଉଛି ଉଜାଣି
ଯାହା ଯେତେ ଭିତରେ।
ତଳ ଉପର
ପବନ ପଥର
ଏତେ ସେତେ ବାହାରେ।
ଆଲୁଅ ଅନ୍ଧାର
ନାହିଁ ହସ୍ତାକ୍ଷର
ରଙ୍ଗମୟ ଆକାଶରେ।
This poem has not been translated into any other language yet.
I would like to translate this poem
Written in odia language. Odia is the official language of odisha india