ରାଶି କଣ କହୁଛି?
କହୁଛି- କଦଳୀଗଛରେ ପାଣି ଦିଅନ୍ତୁ,
ସୁଫଳ ପାଇବେ।
କହୁଛି- ଶଙ୍ଖକୁ ପାଣିରେ ବୁଡାଇ
ତିନିଥର ଫୁଙ୍କନ୍ତୁ,
ଦିନ ଭଲରେ କଟିବ।
କହୁଛି- କଳା ଆଉ ଧଳା ଉଭୟକୁ
ଦେଖି ଜଗି ରହନ୍ତୁ,
କଣ୍ଟା ଲାଗିବ ନି କୋଉଠି।
ଆପଣଙ୍କ ରାଶି ଆପଣଙ୍କର,
ଆପଣଙ୍କ ଜୀବନ ଆପଣଙ୍କର,
ଆପଣଙ୍କର ପୃଥିବୀ ଆପଣଙ୍କର,
ଆପଣ ନିଜେ ଇ ପାରିବେ ଜାଣି
କଣ କୋଉଠି କେମିତି
ଆଗେଇ ଆସନ୍ତୁ ଅଚିନ୍ତା।
ଜାଳି ଦେଇଥାନ୍ତୁ ଖାଲି
ଗୋଟେ ସଳିତା।
This poem has not been translated into any other language yet.
I would like to translate this poem
You are the creator of your own fate, dear men