ଅଛ ଏକଲା ତମେ
ନିଜର ବଲବାରଟା।
ଭଲମନ୍ଦ ହାନିଲାଭ
ଆଏଉପାଏ ତମକେ
କହେଲେ ଚଲବା।
ବାକିମାନକେ କହିକରି
କେଁ ଫାଏଦା?
ତମର ଆରୁ ମୋର
ଭିତରେ ମୁଇଁ
ସୁଇକାର ଭି ନେଇଁ
କରେଁ କାହାକେ
ମଧ୍ୟସ୍ଥିବଲକି
ବଲ ଜେନଟା ଭି।
ଏନ୍ତା ଭି ଅଛେଁ
ତମର ଘରେ
ତମର ହେଇକରି।
ଦୁସରା କେନ୍
ନେଇଁ ଉଡାବା ଚକରି
ଜିମି ଛଦରଭି କିନ୍ଦରି!
ଆରୁ କାଣା ଅଛେ
ଛାଡିଦେଲେ ଭାବ ପିରତି!
ଅଛେ କାଣା?
ଘଡେକରକାଜେ ଏତକି,
ଆରୁ ଘଡେକେ ନେଇଁ ନ
ହେ ଛୁମେକ କେତକି।
ଭାବ ରଚେକକର କାଜେ
ଇନ ତମେ
ଇନ ମୁଇଁ।
ହେନୁ ଗଲେ ହେଟା
ଗଲା ନ ବେଟିଖେଇ।
ଦୁସରା ଆରୁ ଅଛେ କାଣା
ବତାମି?
This poem has not been translated into any other language yet.
I would like to translate this poem
Life is for a moment dear, and you are only with me here, I count no one else but you, you are the only truth, and I am in your house.