ଫଲସାଫୁଲର ରଁଗ।
ଚଁପାଟେ ହେଲେ
ହେଟା ହେଲା ନ।
ହସଖିଆଲ
ନେଇଁ ବୁଝଲେ
କିଏ କାଁ କରବା?
ଢଁକନ ଖୁଲଲେ ସିନା
କାଣା ଥିବା ଆରୁ
ବାହାରବା ଜେ
ହେବା ଜାନି!
ନେଇଁ ହ
ଦୁଖମନା ଫେର ଭି,
କହୁଛେଁ ମୁଇଁ।
ନେଇଁ ଜ
କେନଆଡକେ ଭାଗି।
ଥିଲେ ଜାକର
ଘାଟ ଜଗଲା ବାଗିର
ଦେଖବ ଜାନବ ବେଟବ
ସମିଆକେ,
ନେଇଁ ତ ଫଶିକରି ଅଛ
ହେଟା ହେନ।
ସତ କହିକରି
ଭଟକେଇ ନି ପାର,
ବୁଡତି ସୁରଜକେ
ଉଦେଇ ନି ପାର।
ଥ ହେନ,
ଦେଖବାରକାଜେ
ଆରୁ ଜେନଟା ଅଛେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem