କାହିଁ ଗଲା
ଧୁକା ଗରେଲ!
କାହିଁ ଗଲା
ଚକା ଭଉଁରିଖେଲ!
କାହିଁ ଗଲା,
କାହିଁ ଗଲା
ଆମର ଅମରୁତ
ବେଲାର ମେଲ!
ଜାହିଁ ଜଉ
ଜେନ ଥଉ
ହେଟା ବୁଝଲା ଲୋକ
ବୁଝବାର ଅଛେ
ଜଦର ଭି ବୁଝୁ।
ନେଇଁ ବୁଝଲେ
କାଁ କରବୁ?
ହେଟା ହେନ
ହେନ୍ତା ଥିବା ନ,
ରଇଖିଆ ପାନପତ୍ରିଆ
ଆରୁ ବାସିଶେଜେ
କେତେକାଣା ପଝରଉଥିବା!
ବେଲାଘଡି ଦେଖି
କହୁଥିବା ଆଏ,
ହେଟା ସବୁ ହେତକିରିର ଆଏ!
This poem has not been translated into any other language yet.
I would like to translate this poem