କୋକୁଆର ଅନ୍ୟନାମ,
ଅନ୍ଧାରର ଅନ୍ୟନାମ,
ସବୁ ଭ୍ରମ,
କପାଳ ବାମ,
ସ୍ୱର୍ଗ କଥା ନୁହଁ
ନର୍କରେ ବି
ନାହିଁ ବାସସ୍ଥାନ।
ମଣିଷପଣିଆର ଶତ୍ରୁ
ଆଦିଲ ଅହମ୍ମଦ ତୁ।
ଭଲମନ୍ଦ ବାଛିବାର
ବୟସ ଅବଶ୍ୟ
ନ ଥିଲା ତୋର।
ପାରୁ ନ ଥିଲୁ ଜାଣି
ତତେ ଘେରିଥିଲା
କେତେ ଅନ୍ଧାର।
This poem has not been translated into any other language yet.
I would like to translate this poem