ମାହାଲିଆ ମହରା
ଗଜାନନ ମିଶ୍ର
ନେ ନେ
ମିଲୁଛେ ମାହାଲିଆ,
ପି, ଖା।
ଦେ ଦେ
ବଲୁଛୁ ତ ହର୍ମିଶା ।
କେନୁ କେନଟା
କେନ୍ତା ଅଉଛେ
ନି ପଚରା।
ତୋର ଘର ବାଏର
ଉଜଡାଲିଁ କି ଗହନା ପକାଲିଁ
କି ବିକଲିଁ,
ନି ପଚରା।
ଦଉଛେଁ କି ନେଇଁ
ମାହାଲିଆ!
ଆଘୋରୁ କାହାରନୁ
ପାଇଥିଲୁ କେଁ ଏନ୍ତା!
ନେ ନେ
ମିଲୁଛେ ମାହାଲିଆ,
ପି, ଖା।
ନେ ନେ
ପି ମଦ,
ନେ ନେ
ଖା ପିଠା।
ପି, ଖା,
ଆରୁ ସୁଇ ଥା
ଦିନସାରା।
କଥା ମୋର ହେଜି ଥା,
ନେଇଁ ମରମି ଜେନ୍ତା
ଦେଖୁ ଥା,
ମରମି ମରମି
ହେମି ଜେତକି ବେଲକେ
ଶଂଖେ ପାଏନ ପକଉ ଥା।
ମିଲୁଛେ ମାହାଲିଆ
ନେ ଖା ଆରୁ ଥା।
ତୁଇ ଖୁସି ତ
ମୁଇଁ ଖୁସି ଆଏ ବୁଆ।
ତୁଇ କେନ ଆଏ
କେନର ଆଏ
କେନ୍ତା ଆଏ
ହେତିକେ ନେଇଁ କର ପରବାଏ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/2/2019
ମାତୃଭାଷା ଦିବସ ଆଏ, ସଭକେ ଜୁହାର, ଅପନାର ପରିଚୟଥି ରହୁନ ସଭେ, କେନ ପ୍ରଲୋଭନରେ ନେଇନ ଫସୁନ।
This poem has not been translated into any other language yet.
I would like to translate this poem