କାଳିଆ
ଗଜାନନ ମିଶ୍ର
ଯେତେ ଯାହା ଦେଲେ ବି,
ଯେତେ ଯାହା କଲେ ବି,
କିଏ ହେବରେ ମୋର କାଳିଆ ପରି?
ମୋ କାଳିଆ, ମୋ ଇଷ୍ଟ
ମୋ ଦିଅଁ, ମୋ ଜଗନ୍ନ।ଥ,
ସାରା ଜଗତର ନାଥ।
କେତେ ଟଙ୍କା ସାହାଯ୍ୟ ଦେଲୁ ବୋଲି
ମୋ ପୁଅର ପାଠପଢାରେ
ଭାବିନେଉଛୁ, ତୁ କାଳିଆ।
ଆରେ ହେ, ଏତେ ଗର୍ବ
ସହି ନି, କି ସହିବ ନି
କେବେ ଏ ମାଟି,
ତହୁଁ ବଡା ତହୁଁ ବଡା
ଗଲେଣି ଫସର ଫାଟି,
ଆଇଛି ଦେଖ ଇଏ ବେସର ବାଟି!
ଆରେ ରହ, ଯିବୁ ଏଥର
ନର୍କ କାଦୁଅ ଚାଟି।
This poem has not been translated into any other language yet.
I would like to translate this poem
Man is man and not God, who so ever he may be