ଆଙ୍ଗୁଠି ଦେଖାଇଲେ
ହାତ କାଟିଦେବୁ,
ଭାଷା କଥା କହିଲେ
ମୁଣ୍ଡ ଉଡେଇଦେବୁ,
ଆଉ କଣ କହିଲେ,
କି କଲେ ରଖିବୁ ନି ପତ୍ତା।
ଆମେ ସର୍ବଶକ୍ତିମାନ
ଆମଠି ସବୁ ସତ୍ତା।
ସଭିଙ୍କୁ କିଣିନେବାର
ଆମଠି ରହିଛି କ୍ଷମତା।
ଚାଲବୁଲ କର ଦେଖିଚାହିଁ
ଯୋଉଠି ଚାହିଁବ ସେଇଠି
ଦେବୁ ଦେଖେଇ
ନାନାଦି ରଙ୍ଗର କଇଁ।
This poem has not been translated into any other language yet.
I would like to translate this poem
It is all about ego and misutilisation of power and position