ଭାଇ? Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭାଇ?

Rating: 5.0

ଭାଇ?
ଗଜାନନ ମିଶ୍ର

କିଏ କାହାର ଭାଇ?
କେମିତି ଭାଇ?
କୋଉଠାର ଭାଇ?
କେବର ଭାଇ? ?

ଭାଇ ହୋଇଥିଲେ
ଏକା ମା ଉପରେ
ଥରକୁ ଥର ଏମିତି
କରୁ ନ ଥାନ୍ତା ଆକ୍ରମଣ
ଲୁଚି ଛପି କୁକୁର ବିଲେଇ
କୁଲିହା ପରି!

ଭାଇ ହୋଇଥିଲେ
ମା ପାଉଥିବା ଦୁଃଖ
ପାରୁ ନ ଥାନ୍ତା ସହି,
ଆଉ ଯାଉ ନ ଥାନ୍ତା
କରିବାକୁ ମସ୍ତି!
ସୁଦୁ ମିଛକୁ ବିଶ୍ୱାସ କରି
ଧରି ନ ଥାନ୍ତା ବନ୍ଧୁକ ବୋମା
ଆଉ କରି ନ ଥାନ୍ତା
ବିସ୍ପୋରଣ ଉପରେ ବିସ୍ପୋରଣ
ଏବେ ଯେବେ ଆଗରେ
ଦେଖୁଛି ମରଣ
ଡାକୁଛି କିଏ ରଖିବ ରଖ
ମୋ ପାଇଁ କୋଉଠି ମୁଁ
ପାଉ ନି ସ୍ଥାନ।

ଭାଇ କେବେ କେବଳ
ସୁଖ ସମୟରେ ପାରା ହୋଇ
ଗୁଡୁରୁ ଗୁଡୁ ହୋଇ ପାରେ ନା ରହି
ଆଉ ଦୁଃଖ ଆସିଲେ
ପାରେ ନା ଯାଇ ଉଡି ପଳାଇ!
ସଜ ଦେଖି
ହାମଲା କରେ ନା ଭାଇ,
ଭାଇକୁ ମାରିଥିବା
ପ୍ରତିପକ୍ଷ ସହିତ
ଭାଇ ମିଳାଏ ନା କେବେ ହାତ!

ଭାଇ ଗଦ୍ଦାରି ହେଲେ,
ଭାଇ ଆତଙ୍କ ସୃଷ୍ଟି କଲେ,
ଭାଇ ମାରିବାକୁ ବାରମ୍ୱାର
ଅପଚେଷ୍ଟା କରୁଥିଲେ,
ଭାଇ ନିଜ ଜନ୍ମଗତ ଅଧିକାରକୁ
ଛଡାଇ ନେଲେ ଜବରଦସ୍ତି
କର ନା କ୍ଷମା ଆଉ।
ପାନେ ଦିଅ ଯେମିତି ହେଉ,
ନାଇଁ ତ ସମାପ୍ତ କରି ଦିଅ
ଏ ଧରାରୁ।
ସେଇଟା ନୁହଁ ଭାଇ,
ସେଇଟା ଚିର ଶତ୍ରୁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
28/2/2019

POET'S NOTES ABOUT THE POEM
Brother- enemy,written in odia language. Odia is the official language of odisha india.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success