ଯୁଦ୍ଧ କଣ ଶାନ୍ତିରେ?
ନା ଶାନ୍ତି ଯୁଦ୍ଧରେ?
କିନ୍ତୁ ଉଭୟେ ମାଟିରେ
ଉଭୟେ ହୃଦୟରେ
ଉଭୟେ ଆକାଶରେ ଏବେ।
ଅସୁବିଧା କଥା
ଯେବେ ଆମେ ଅଲଗା ଅଲଗା
ଭିତରେ ଆଉ ବାହାରେ
ଶୂନରେ ସ୍ଥିତିରେ।
ସ୍ଥିତି ବଜାୟ ରଖିବାକୁ
ଯାହା ଯେତେ ନାଟକବାଜି
ଏଠି ସେଠି ସବୁଠି,
ଆଉ ନାହିଁ ଆଉ କୋଉଠି
ଆଉ କିଛି ହୋଇ ନି ବାଛି।
This poem has not been translated into any other language yet.
I would like to translate this poem