ଅବଶ୍ଯ ଆବଶ୍ୟକ
ଗଜାନନ ମିଶ୍ର
1
ଯୁଦ୍ଧ ନୁହଁ ଆମର
ପରଂପରାଗତ।
ଆମେ ଜାଣୁ
ନାଶ ହୁଏ ଯୁଦ୍ଧରେ
କୁଳ ଧର୍ମ ମହତ।
କିନ୍ତୁ ଭ୍ରଷ୍ଟାଚାର
ଯାହାର ବ୍ରତ,
ଆତତାୟୀ ହୋଇ
କରେ ଯିଏ
ନିର୍ଦୋଷକୁ ସଂହାର,
ଆପଣାପର ନ ବିଚାରି
ଦୁଷ୍ଟମତି ଆବୋରେ ନର୍କ,
ବାଟକୁ ଆଣିବାକୁ
ଅବଶ୍ୟ ଆବଶ୍ୟକ ଯୁଦ୍ଧ ।
2
ଆଉ ଥରେ
ଆରମ୍ଭ ହେଲେ ଯୁଦ୍ଧ
ଉପାଡିବାକୁ ହେବ
ଅମଣିଷକୁ ସର୍ବତ୍ର
ଚେର ସମେତ।
ଭ୍ରାତୃଦ୍ରୋହୀ, ମିତ୍ରଦ୍ରୋହୀ
ଭ୍ରଷ୍ଟାଚାରୀ ଦୁଷ୍ଟ,
ନଷ୍ଟ ନ ହେଲାଯାଏ
ମା ମାଟି
ହେବ ନି ପବିତ୍ର।
ହେ ବୀର, ଆଗେଇ ଯାଅ,
ପଛଘୁଞ୍ଚା ନ ଥାଏ ବୀର ପାଖରେ।
ହେ ବୀର, ସତ୍ଯ ପ୍ରତିଷ୍ଠା ପାଇଁ
ଧର୍ମ ଆଉ ଶାନ୍ତି ପାଇଁ
ଅବଶ୍ଯ ଆବଶ୍ଯକ ଯୁଦ୍ଧ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
7/3/2019
This poem has not been translated into any other language yet.
I would like to translate this poem
War is neccessary to destroy inhuman acts