କୋଉଠି
କେମିତି ସରିବ
ଏ ଯାତ୍ରାପଥ
ଜଣା ନାଇଁ ମିତ୍ର ।
ବିଜୟର ଉଲ୍ଲାସ,
ଅନୁତାପର ଅଶ୍ରୁ
ଦେଖାଯିବ ଏକତ୍ର।
ଆଶ୍ଚର୍ଯ୍ଯ,
ଉଚ୍ଚାରିଲାମାତ୍ରେ
ନାମ ଆଉ ଗୋତ୍ର
ଯାଉଛି ବଦଳି
ସବୁଯାକ ଚିତ୍ର।
ସ୍ରଷ୍ଟା ଆଉ ସୃଷ୍ଟି
ସତରେ ବିଚିତ୍ର।
This poem has not been translated into any other language yet.
I would like to translate this poem
Wonderful journey, Wonderful world, Wonderful life