ଚୌକିଦାର
ଗଜାନନ ମିଶ୍ର
କହୁଛି ଚୌକିଦାର,
ହୁସିଆର ହୁସିଆର।
ଚୋର ମାତିଛି ଚାରିଆଡ।
ଖେଳୁଛି ଆତଙ୍କ
ପଡୋଶୀ ହୋଇଛି
ମୃତ୍ଯୁର ସୌଦାଗର।
କହୁଛି ଚୌକିଦାର
ରାତିଦିନ ରହି ଉଜାଗର
ମୁ ଜଗିଛି ଘର ସହର ବଜାର।
ହୁସିଆର, ହୁସିଆର,
ଚୋର ତସ୍କର,
କହୁଛି ଚୌକିଦାର
ମୋଠି ସବୁ ଖବର।
ଦେବି ନି ରଖି
ଚିହ୍ନବର୍ଣ୍ଣ ଗାର ଶତ୍ରୁର।
ମାଟି ମା ଆମର,
ସତ୍ୟର
ପ୍ରେମର
ଶାନ୍ତିର
ସହଯୋଗର।
ମାଟି ମା
ହୋଇ ପାରେ ନି
କ୍ରୋଧର ଈର୍ଷାର।
ହୁସିଆର, ହୁସିଆର,
ହୁଅ ନି
ଅସହିଷ୍ଣୁତାର ଶିକାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/3/2019
This poem has not been translated into any other language yet.
I would like to translate this poem
Have you drawn flowers drear gaja darling....I could not read it....Which language?