ନିର୍ବାଚନ
ଗଜାନନ ମିଶ୍ର
ଏଇ ଯେ ନିର୍ବାଚନ,
ଶୋଷିତ-ଶୋଷକର
ମିଳନ ଲଗ୍ନ ।
ଶିରାପ୍ରଶିରା ଧମନୀ ଯଦି
ମା ରକ୍ତରେ ପୂର୍ଣ, କଂସ ରାବଣକୁ,
ଦୃଢ ରହି କର ଦମନ।
ଛନ୍ଦ କପଟ ଅନ୍ଧକାର
ଦୁର୍ଗନ୍ଧ ଆଉ କୁଶାସନ
ସବୁକୁ ଫିଙ୍ଗି ସମୁଦ୍ର ଭିତରେ
ଗାଇ ଯାଅ ମାଟିର ମୁକ୍ତିଗାନ।
ଏଇ ଯେ ନିର୍ବାଚନ,
ରକ୍ଷାକର ଭାଷା ପରଂପରା
ସଂସ୍କୃତି ଐତିହ୍ଯକୁ ଆଉ
କର ପବିତ୍ର ନିଜକୁ, ଦେଇ ଭୋଟଦାନ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/3/2019
This poem has not been translated into any other language yet.
I would like to translate this poem